ଭଗବାନ ରାମ ସହ ଆପଣଙ୍କ କେଉଁ ଶତ୍ରୁତା ରହିଛି ? ହିନ୍ଦୁଙ୍କୁ ଏତେ ଘୃଣା କାହିଁକି କରୁଛ ? କହି କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ

0

ଅହମଦାବାଦ(ଆମ ଟିଭି): ଭଗବାନ ରାମ ସହ ଆପଣଙ୍କ କେଉଁ ଶତ୍ରୁତା ରହିଛି ? ହିନ୍ଦୁଙ୍କୁ ଏତେ ଘୃଣା କାହିଁକି କରୁଛ ? କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଖୋଦ୍ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ। ଗୁଜରାଟର ଜଣେ କଂଗ୍ରେସ ନେତାଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇ ହାର୍ଦ୍ଦିକ ପଟେଲ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି କଂଗ୍ରେସ ଜନତାଙ୍କ ଭାବନାକୁ ଆଘାତ ପହଞ୍ଚାଇବାର କାମ କରୁଛି, ସବୁବେଳେ ହିନ୍ଦୁଙ୍କ ଆସ୍ଥାକୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରୁଛି। ‘ମୁଁ କଂଗ୍ରେସ ଏବଂ ତାଙ୍କ ନେତାଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ ଭଗବାନ ରାମ ସହ ଆପଣଙ୍କ କେଉଁ ଶତ୍ରୁତା ରହିଛି ? ହିନ୍ଦୁଙ୍କୁ ଏତେ ଘୃଣା କାହିଁକି କରୁଛ ? ଶହ ଶହ ବର୍ଷ ପରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେଉଛି ତଥାପି କଂଗ୍ରେସର ନେତା ଭଗବାନଙ୍କ ରାମ ବିରୁଦ୍ଧରେ ଆପତ୍ତିଜନକ ବୟାନ ଦେଉଛନ୍ତି’। କହି ରଖୁ କି, ହାର୍ଦ୍ଦିକ ପଟେଲ ମେ ୧୮ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ସେ କହିଥିଲେ ଯେ, କଂଗ୍ରେସ କେବଳ ଏକ ବିରୋଧର ରାଜନୀତି ଯାଏଁ ସୀମିତ ହୋଇ ରହିଛି, ଦେଶବାସୀଙ୍କୁ ବର୍ତ୍ତମାନ ସମୟରେ ବିରୋଧ ନୁହେଁ ବରଂ ବିକଳ୍ପ ଦରକାର ଯିଏ ସେମାନଙ୍କ ଭବିଷ୍ୟତ ବାବଦରେ ଚିନ୍ତା କରିବ ।

Leave A Reply

Your email address will not be published.