ଝାରସୁଗୁଡ଼ା(ଆମ ଟିଭି): ନବ କିଶୋର ଦାସ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ୧୮ ଦିନ ବିତି ଗଲାଣି । ଆଜିଯାଏ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ନବଙ୍କ ପରିବାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ । କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ସେ କିମ୍ବା ତାଙ୍କ ପରିବାର ପ୍ରତିକ୍ରିୟା ରଖିବେ । ହତ୍ୟାର କାରଣ ବାବଦରେ କ୍ରାଇମବ୍ରାଞ୍ଚ କଣ କହୁଛି ତାକୁ ଅପେକ୍ଷା କରାଯାଇଛି । ସେହିପରି ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିପାଳୀ ।
ନବ ଦାସଙ୍କୁ ସମସ୍ତେ ଭଲ ପାଉଥିଲେ । ତେଣୁ ହତ୍ୟାର କାରଣ ଜାଣିବା ପାଇଁ ସମସ୍ତେ ଚାହୁଁଛନ୍ତି ଓ ସେହି ଅନୁସାରେ ନିଜ ନିଜର ମତ ରଖୁଛନ୍ତି ବୋଲି ଦିପାଳୀ କହିଛନ୍ତି । ଗଣତନ୍ତ୍ରରେ ସମସ୍ତଙ୍କୁ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ରହିଛି । ନବ ଦାସ ହତ୍ୟାକାଣ୍ଡର ଦୀର୍ଘଦିନ ପରେ ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ଦିପାଳୀ ।