ନବୀନଙ୍କୁ ଏ କ’ଣ କହିଦେଲେ ଅମର? ବିଜୟ ଭଳି ପରାଜୟର ବି…

0

ଭୁବନେଶ୍ୱର (ଆମ ଟିଭି): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେର୍‌ଛା ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସାଧାରଣ ନିର୍ବାଚନରେ ଦଳର ପରାଜୟର ଦାୟିତ୍ୱ ନବୀନ ନିଅନ୍ତୁ ବୋଲି ସେ କହିଛନ୍ତି।

ଆମେ ନବୀନଙ୍କୁ ନେତା ବାଛିଥିଲୁ, ଆଶା ଥିଲା ସେ ସମସ୍ତ ଦାୟିତ୍ୱ ନେବେ। ବିଜୟର ଶ୍ରେୟ ଯେମିତି ନେଇଥିଲେ, ପରାଜୟର ଦାୟିତ୍ୱ ବି ନିଅନ୍ତୁ। ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଳାଇ ପାରିଲେ ଦଳ ଚାଲିବ। ପାଣ୍ଡିଆନଙ୍କୁ ଆମେ ନେତା କରି ନ ଥିଲୁ, ନବୀନଙ୍କୁ ବାଛିଥିଲୁ ବୋଲି ସେ କହିଛନ୍ତି। କହିରଖୁଛୁ, କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ନେଇ ଅମର ଚର୍ଚ୍ଚାରେ ରହି ଆସୁଛନ୍ତି। ଏପରିକି ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.