କୋହଲିଙ୍କୁ କି ବାଣୀ ଶୁଣାଇଥିଲେ ପ୍ରେମାନନ୍ଦ ମହାରାଜ ? ଆରସିବିର ବଡ଼ ବିଜୟ ପରେ ଟ୍ରେଣ୍ଡ କରୁଛି ଏସବୁ ଫଟୋ..

0

ଆଇପିଏଲ ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟାଇଟଲ ଟ୍ରଫି ହାତେଇବା ପରେ ଯେତେବେଳେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଠିକ୍ ସେତେବେଳେ ବିରାଟଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଫଟୋ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସୋସିଆଲ ମିଡିଆରେ ବିରାଟଙ୍କ ଭାବପ୍ରବଣର ଫଟୋ ସହ ପ୍ରେମାନନ୍ଦ ମହାରାଜଜୀଙ୍କ ଫଟୋ ଭାଇରାଲ୍ ହେଉଛି ତାସହ ବିରାଟଙ୍କ ପୂର୍ବ ଗସ୍ତର ଫଟୋକୁ ଏ ବିଜୟ ସହ ଯୋଡ଼ି କେହି କେହି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ବିଜୟ ପରେ କୋହଲି କାହିଁକି ହଠାତ୍ କାନ୍ଦି ଉଠିଲେ ? ବିରାଟ ଭାବପ୍ରବଣ ହୋଇ ମାଟିରେ ଆଣ୍ଠୁମାଡ଼ି କାହାକୁ ମୁଣ୍ଡିଆ ମାରିଲେ ? ଗତକାଲିର ବିଜୟ ପରର ବିରାଟଙ୍କ ଖୁସିୃର ମୁହୂର୍ତ୍ତକୁ ଏକ ଆଧ୍ୟାତ୍ମିକ ସଂଯୋଗ କରି ସୋସିଆଲ ମିଡିଆରେ ସେୟାର ଚାଲିଛି ।

ତେବେ କିଛି ଦିନ ତଳେ ଅର୍ଥାତ କୋହଲି ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ପରେ ହିଁ ପତ୍ନୀ ଅନୁଷ୍କାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଦେଖି ମହାରାଜ କୋହଲିଙ୍କୁ ପଚାରିଥିଲେ- ତମେ ଖୁସି ଅଛ ତ ? ଉତ୍ତରରେ ବିରାଟ ସ୍ମିତହାସ୍ୟର ସହ ହଁ ଭରି- ଆଜ୍ଞା ! ଠିକ୍ ଅଛି ବୋଲି କହିଥିଲେ ।

ବାର୍ତ୍ତାଳାପ ବେଳେ କୋହଲିଙ୍କୁ ମହାରାଜ କହିଥିଲେ- ଯେତେବେଳେ ବି ଜୀବନରେ କଠିନ ସମୟ ଆସିବ, ଭାବିନେବ ଯେ ତୁମ ଉପରେ ଈଶ୍ବରଙ୍କ କୃପା ମିଳିବାକୁ ଯାଉଛି… ବାହାରୁ ସାଂସାରିକ ହୁଅ ମାତ୍ର ଭିତରର ଚିନ୍ତାଧାରା ବଦଳାଅ କହି କୋହଲି ଏବଂ ଅନୁଷ୍କାଙ୍କୁ ଦିବ୍ୟବାଣୀ ଶୁଣାଇଥିଲେ ପ୍ରେମାନନ୍ଦ ମହାରାଜ ।

Leave A Reply

Your email address will not be published.