ଫୋନ କରି ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଣ କହିଲେ ଶାହାରୁଖ୍‌

0

ଗୌହାଟି: ଗତରାତିରେ ମେଗାଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ ବିରୋଧରେ ଚାଲିଥିବା ପ୍ରତିବାଦ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିବା କଥା ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।

ରାଜ୍ୟର ଏକ ପ୍ରେକ୍ଷାଳୟରେ ଘଟିଥିବା ଗୋଟାଏ ଘଟଣା ବିଷୟରେ ଆଜି ବଡ଼ି ସକାଳୁ ଖାନ୍‌ ତାଙ୍କୁ ଫୋନ୍‌ କରିଥିଲେ ବୋଲି ଶର୍ମା କହିଛନ୍ତି।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଶର୍ମା ଲେଖିଛନ୍ତି, ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁ ମୋ ପାଖକୁ ଫୋନ କରିଥିଲେ। ରାତି ୨ଟା ବେଳେ ଆମେ କଥାବାର୍ତ୍ତା ହେଲୁ। ତାଙ୍କ ଚଳଚ୍ଚିତ୍ର ପ୍ରଦର୍ଶନ ବେଳେ ଗୌହାଟିରେ ଘଟିଥିବା ଘଟଣା ପାଇଁ ସେ ଉଦ୍‌ବେଗ ପ୍ରକାଶ କଲେ। ଆଇନଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ ବୋଲି ମୁଁ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛି। ଏ ପ୍ରକାର ଅପ୍ରୀତିକର ଘଟଣା ନ ଘଟିବା ପାଇଁ ସୁନିଶ୍ଚିତ ହେବା ଲାଗି ଆମେ ପଦ‌କ୍ଷେପ ଗ୍ରହଣ କରିବୁ ବୋଲି କହିଛି।

Leave A Reply

Your email address will not be published.