୧୪ ଦିନ କ’ଣ କରିବ ରୋଭର ପ୍ରଜ୍ଞାନ?

0

ନୂଆଦିଲ୍ଲୀ (ଆମ ଟିଭି): ଦକ୍ଷିଣ ମେରୁରେ ଅବତରଣ କରିଛି ଲ୍ୟଣ୍ଡର ବିକ୍ରମ । ରୋଭର ପ୍ରଜ୍ଞାନ ଏଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି । ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ । କିନ୍ତୁ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ୧୪ ଦିନ କାହିଁକି? କାରଣ ସୌରଶକ୍ତିରେ ଚାଲିବ ରୋଭର । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟ କିରଣ ପଡ଼ିବ। ଏହି ସମୟରେ ରୋଭର ଚନ୍ଦ୍ରରେ ବୁଲି ଜୀବସତ୍ତା ବିଷୟରେ ସନ୍ଧାନ କରି ଲାଣ୍ଡରକୁ ତଥ୍ୟ ପଠାଇବ । ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମାପିବା ସହ ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ କରିବ ।

ଏହା ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର। ସୂର୍ୟ୍ୟାସ୍ତ ପରେ ଲାଣ୍ଡର୍‌ ଓ ରୋଭର୍‌ ଶକ୍ତି ହରାଇବାର ସମ୍ଭାବନା ରହିଛି। ପୁଣି ସୂର୍ୟ୍ୟ କିରଣ ପଡିଲେ ଏହା ପୁଣି ଆକ୍ଟିଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.