କର୍ଣ୍ଣାଟକ (ଆମ ଟିଭି): କର୍ଣ୍ଣାଟକରେ ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସର ବଡ଼ ପ୍ଲାନ୍ । ବୁଧବାର ପ୍ରଜା ଧ୍ୱନି ନାମକ ନିର୍ବାଚନୀ ଯାତ୍ରାର ଶୁଭାରମ୍ଭ କରିବା ସହିତ କଂଗ୍ରେସୀ ନେତା ଏକ ବଡ ଘୋଷଣା କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ସିଦ୍ଧରମୈୟାଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଆଉ ଏହି ନିର୍ବାଚନୀ ରାଲିରେ ସରକାରକୁ ଆସିଲେ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।
କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଡିକେ ଶିବକୁମାର ଆଜି ରାଲିରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ଯଦି କଂଗ୍ରେସ କର୍ଣ୍ଣାଟକରେ ସରକାରକୁ ଫେରେ, ତେବେ ରାଜ୍ୟରେ ୨ଶହ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ।