ଭୁବନେଶ୍ବର (ଆମ ଟିଭି): ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି । ସେମାନେ ଜନପ୍ରତିନିଧିଙ୍କୁ ଅପମାନ କରିବା ସହ ଗଣତନ୍ତ୍ରକୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି । ସେପଟେ କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନେ ଆୟୋଜନ କରିଥିଲେ । ବିଏମସିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ଲୋକସେବା ଭବନରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ତାଙ୍କୁ ବସିବା ପାଇଁ ଚେୟାର ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଜନପ୍ରତିନିଧିଙ୍କୁ ନିର୍ବାଚନରେ ଭୋଟ୍ ଦେଇ ପଠେଇଛନ୍ତି ଲୋକେ । କାର୍ଯ୍ୟକ୍ରମକୁ ଡାକି ଅପମାନିତ କରିଥିବା ସୁଲୋଚନା କହିଛନ୍ତି। ଯେଉଁଠି ମେୟରଙ୍କୁ ସମ୍ମାନ ନାହିଁ ସେଠି କର୍ପୋରେଟରଙ୍କୁ କି ସମ୍ମାନ ମିଳିବ । ଭୁବନେଶ୍ବରର ପ୍ରଥମ ନାଗରିକଙ୍କ ପାଇଁ ଚେୟାର ନାହିଁ । ବିଜେପି ସରକାର ଗଣତନ୍ତ୍ରକୁ ସମ୍ମାନ ଦେଇ ଜାଣିନଥିବା ମେୟର ସୁଲୋଚନା ଦାସ କହିଛନ୍ତି ।