ପୁଣି କେବେ ଆରମ୍ଭ ହେବ ଆଇପିଏଲ-୨୦୨୫?: ଆଜି ବଡ଼ ଘୋଷଣା କରିବ ବିସିସିଆଇ

0

ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ-୨୦୨୫ ପୁନଃଆରମ୍ଭ କରିବା ନେଇ ନିଷ୍ପତ୍ତି ଆଜି ଅର୍ଥାତ୍ ମଇ ୧୧ ତାରିଖରେ ନିଆଯାଇପାରେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ ଏହି ଅପଡେଟ୍ ଆସିଛି। ଶନିବାର ସନ୍ଧ୍ୟା ୫ଟାରୁ ଭାରତ ଏବଂ ପାକିସ୍ତାନ ଉଭୟ ପକ୍ଷରୁ ଗୁଳିବର୍ଷଣ ବନ୍ଦ କରାଯାଇଛି। ଏହାର କିଛି ସମୟ ପରେ ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଆସନ୍ତା ସପ୍ତାହରେ ଆଇପିଏଲ-୨୦୨୫ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହୋଇପାରେ। ପ୍ରକାଶ ଯେ, ପ୍ଲେଅଫ୍ ପର୍ଯ୍ୟାୟ ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଆହୁରି ୧୩ ଟି ମ୍ୟାଚ୍ (ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ ସମେତ) ଖେଳାଯିବାକୁ ବାକି ଅଛି।

ଆଇପିଏଲ ୨୦୨୫ରେ ମଇ ୮ ତାରିଖରେ ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍‌ରେ କେବଳ ୧୦.୧ ଓଭର ଖେଳାଯାଇପାରିଥିଲା, ତା’ପରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ମ୍ୟାଚ୍‌କୁ ବନ୍ଦ କରିଦିଆଯାଇଥିଲା ଏବଂ କିଛି ସମୟ ପରେ ପଡ଼ିଆକୁ ମଧ୍ୟ ଖାଲି କରାଯାଇଥିଲା। ପରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ ପ୍ରକାଶ କରିଥିଲେ ଯେ, ପଡ଼ିଆରେ ଦଳାଚକଟାକୁ ଏଡାଇବା ପାଇଁ ଏକ ଯାନ୍ତ୍ରିକ ତ୍ରୁଟି ବ୍ୟବହାର କରାଯାଇଥିଲା।

ଏହି ସମୟରେ, ESPN Cricinfo ଅନୁଯାୟୀ, ଆଇପିଏଲ-୨୦୨୫ର ବାକି ମ୍ୟାଚ୍ ପାଇଁ ତିନୋଟି ପଡ଼ିଆ ଚୟନ କରାଯାଇପାରେ। ଏହି ୩ଟି ପଡ଼ିଆ ହେଉଛି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ଚେନ୍ନାଇର ଚେପୌଲକ ଏବଂ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ।

Leave A Reply

Your email address will not be published.