କୁଆଡ଼େ ଗଲେ ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ?

0

ଜୋଡ଼ା (ଆମ ଟିଭି): କେନ୍ଦୁଝର ଜୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ମୃତ ଡାକ୍ତର ଶୁଭଶ୍ରୀ କରଙ୍କ ବୟଫ୍ରେଣ୍ଡ ? ମିଳୁନି ଡାକ୍ତର ଦିବ୍ୟରଞ୍ଜନଙ୍କ ପତା । ଦିବ୍ୟରଞ୍ଜନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଚଳାଇଛି ପୋଲିସ । ଏସବୁ ଭିତରେ ଦିବ୍ୟରଞ୍ଜନଙ୍କ ଉପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି ।

ପ୍ରଶ୍ନ ଉଠୁଛି, ଯିଏ ଦିନେ ଶୁଭଶ୍ରୀଙ୍କ ଏତେ ନିକଟତର ଥିଲେ ସେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶେଷ ମୁହୁର୍ତ୍ତରେ ବି ଦେଖିବାକୁ ଆସିଲେନି କେମିତି ? ସେ ଶୁଭଶ୍ରୀଙ୍କ ଚରମ ନିଷ୍ପତି ନେବାକୁ ଏକ ପ୍ରକାର ବାଧ୍ୟ କରିଥିଲେ କି ? ସେପଟେ ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି । ହେଲେ କେନ୍ଦୁଝରରେ ଫରେନସିକ୍ ଲାବ୍ ନଥିବାରୁ ଭିସେରା ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି ।

Leave A Reply

Your email address will not be published.