କେଉଁ ଜୋତା କେଉଁ ଜିନ୍ସ ସହିତ ଉପଯୁକ୍ତ? ଜାଣନ୍ତୁ ସଠିକ୍ ଫ୍ୟାଶନ୍ ମ୍ୟାଚ୍

0

ଫ୍ୟାଶନ୍ କେବଳ ଭଲ ପୋଷାକ ପିନ୍ଧିବା ନୁହେଁ, ବରଂ ସେହି ପୋଷାକ ସହିତ ସଠିକ୍ ଜୋତା ଚୟନ କରିବା ମଧ୍ୟ ଏକ ମହତ୍ୱପୂର୍ଣ୍ଣ କଳା। ଅନେକ ସମୟରେ ଆମେ ଦାମିଆ କିମ୍ବା ଷ୍ଟାଇଲିଶ୍ ପୋଷାକ ପିନ୍ଧୁଥାଉ, କିନ୍ତୁ ଭୁଲ ଜୋତା ଚୟନ କରିବାରୁ ସମଗ୍ର ଲୁକ୍ ଖରାପ ହୋଇଯାଏ। ତେଣୁ ଜିନ୍ସ ଏବଂ ଜୋତାର ସଠିକ୍ ମିଶ୍ରଣ ଜାଣିବା ଆବଶ୍ୟକ।

୧. ଫର୍ମାଲ୍ ଟ୍ରାଉଜର ସହିତ ଅକ୍ସଫୋର୍ଡ / ଡର୍ବି / ଲୋଫର୍
ଅଫିସ୍‌, ବିବାହ ଅବସର କିମ୍ବା ଯେକୌଣସି ଫର୍ମାଲ୍ ଇଭେଣ୍ଟ ପାଇଁ ଫର୍ମାଲ୍ ଟ୍ରାଉଜର ସର୍ବୋତ୍ତମ। ଅକ୍ସଫୋର୍ଡ କିମ୍ବା ଡର୍ବି ଜୋତା ଏହା ସହିତ ସର୍ବାଧିକ ମ୍ୟାଚ୍ କରେ। ଲୋଫର୍ ମଧ୍ୟ ଏକ ସ୍ମାର୍ଟ ଏବଂ କ୍ଲାସି ଲୁକ୍ ଦେଇଥାଏ।କଳା କିମ୍ବା ବ୍ରାଉନ୍ ରଙ୍ଗର ଜୋତା ଅଧିକ ଭଲ ମାନିଥାୟେ।

୨. ଚଉଡା-ଲେଗ୍ ଜିନ୍ସ ସହିତ ଚଙ୍କି ଜୋତା

ଚଉଡା-ଲେଗ୍ ଜିନ୍ସ ଆରାମଦାୟକ ଏବଂ ଷ୍ଟାଇଲିସ୍ ଦେଖାଯାଏ। ଏହାର ଫିଟ୍ ଢିଲା ଓ ଭାରୀ ଲୁକ୍ ଥାଏ। ଚଙ୍କି ସ୍ନିକର୍ସ କିମ୍ବା ମୋଟା ସୋଲ୍ ଥିବା ଜୋତା ଏହା ସହିତ ଭଲ ମିଶେ।ଏହା ଆପଣଙ୍କ ଲୁକ୍‌କୁ ବ୍ୟାଲାନ୍ସ କରିଥାଏ।ପତଳା ଜୋତା ପିନ୍ଧିଲେ ଲୁକ୍ ଅସନ୍ତୁଳିତ ଲାଗିପାରେ।

୩. ସ୍କିନି ଜିନ୍ସ ସହିତ ଚେଲସି ବୁଟ୍
ସ୍କିନି ଜିନ୍ସ ସ୍ଲିମ୍ ଫିଟ୍ ଥାଏ ଏବଂ ଲେଗ୍‌କୁ ହାଇଲାଇଟ୍ କରେ।ଚେଲସି ବୁଟ୍ ସହିତ ଏହା ବହୁତ ଟ୍ରେଣ୍ଡି ଲାଗେ।ଏହା ଏକ ସ୍ଲିକ୍ ଓ ମଡର୍ନ୍ ଲୁକ୍ ସୃଷ୍ଟି କରେ।

୪. ଷ୍ଟ୍ରେଟ୍-ଫିଟ୍ ଜିନ୍ସ ସହିତ ସ୍ନିକର୍ସ
ଷ୍ଟ୍ରେଟ୍-ଫିଟ୍ ଜିନ୍ସ ସର୍ବାଧିକ ପ୍ରଚଳିତ ଏବଂ ସବୁଠାରୁ କମ୍ଫର୍ଟେବଲ୍।ସରଳ ଡିଜାଇନ୍‌ର ସ୍ନିକର୍ସ ଏହା ସହିତ ପର୍ଫେକ୍ଟ।ଏହା ଡେଲି ୱେଆର୍ ପାଇଁ ଭଲ ବିକଳ୍ପ।

୫. କାର୍ଗୋ ପ୍ୟାଣ୍ଟ ସହିତ ହାଇ-ଟପ୍ ଜୋତା
କାର୍ଗୋ ପ୍ୟାଣ୍ଟରେ ଅନେକ ପକେଟ୍ ଥାଏ ଏବଂ ଏହା ଭାରୀ ଲୁକ୍ ଦେଇଥାଏ. ହାଇ-ଟପ୍ ସ୍ନିକର୍ସ କିମ୍ବା ବୁଟ୍ ସହିତ ଏହା ଭଲ ଦେଖାଯାଏ. ଏହା ଟ୍ରାଭେଲ୍ କିମ୍ବା କ୍ୟାଜୁଆଲ୍ ଆଉଟିଂ ପାଇଁ ଉତ୍ତମ।

ଠିକ୍ ଜୋତା ଚୟନ କରିବା ଆପଣଙ୍କ ଫ୍ୟାଶନ୍ ସେନ୍ସ୍‌କୁ ଦେଖାଏ। ଛୋଟ ଛୋଟ ବିଷୟରେ ଧ୍ୟାନ ଦେଲେ ଆପଣ ସହଜରେ ଏକ ପର୍ଫେକ୍ଟ ଏବଂ ଷ୍ଟାଇଲିଶ୍ ଲୁକ୍ ପାଇପାରିବେ।

Leave A Reply

Your email address will not be published.