ଓଡିଶାରେ କିଏ ଶାସନ କରୁଛି; ଜେପି ନଡ୍ଡା

0

ଭବାନୀପାଟଣା:ଭବାନୀପାଟଣାରେ ବିଜେପିର ମହା ଜନସଂପର୍କ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି  ନଡ୍ଡା  ଉଦ୍‌ବୋଧନଦେବା ସମୟରେ ଓଡିଶାକୁ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ ଓ ଏଠାକାର ନେତା କିଏ  କାହାକୁ ଜଣାନାହିଁ। ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।  ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ନବୀନ ପଟ୍ଟନା୍ୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି  ବୋଲି କହିବାକୁ ପଛାଇନାହାନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ।
ଏଣେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି  ବିଜେପି ସଭାପତି ଜେପି ନଡ୍ଡା। ସେ  କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ। ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି।

Leave A Reply

Your email address will not be published.