କିଏ ଏହି ନିଧି ତିୱାରୀ? ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ
ଜଣେ ମହିଳା ଅଫିସର ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସଚିବ । ୨୦୨୪ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି । ନିଧି ତିୱାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି ।
ନିଧି ତିୱାରୀ ୨୦୧୪ ମସିହାରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ ତାଙ୍କର ସେବା, ପ୍ରଶଂସନୀୟ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଧି ତିୱାରୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ପଦବୀରେ ରହି, ନିଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟ ସୂଚୀ, ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିବା ଏବଂ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରଖିବାକୁ ପଡିବ ।