କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ? ହୋଲି ପରେ ହେବ ନିଷ୍ପତି

0

(ଆମ ଟିଭି): ବିଜେପିର ପରବର୍ତ୍ତୀ ସଭାପତି ହେବା ପାଇଁ କଣ ଯୋଗ୍ୟତା ହୋଇପାରେ? ଦକ୍ଷିଣ ଓ ପୂର୍ବାଞ୍ଚଳକୁ ଛାଡିଦେଲେ ଦେଶର ଅନ୍ୟଭାଗରେ ବିଜେପି ନିଜକୁ ପ୍ରତିଷ୍ଠିତ କରିପାରିଛି । ପୂର୍ବର ବିହାର ଓ ଦକ୍ଷିଣର ତାମିଲନାଡୁ ଏବଂ କେରଳରେ ଆଗାମୀ ଦିନରେ ନିର୍ବାଚନ ହେବ । ଏହି ଦୃଷ୍ଟିରୁ ଦକ୍ଷିଣ କିମ୍ବା ପୂର୍ବ ଭାରତରୁ କାହାକୁ ବିଜେପି ରାଷ୍ଟ୍ରୀୟ ସଭାପତି ରୂପେ ବାଛିପାରେ । ଦ୍ବିତୀୟ ଯୋଗ୍ୟତା ହେଲା ପାର୍ଟି ପ୍ରତି ଆନୁଗତ୍ୟ ଓ ସାଙ୍ଗଠନିକ ଦକ୍ଷତା । ତୃତୀୟ ଯୋଗ୍ୟତା ହେଲା ଆରଏସ୍‌ଏସ୍‌ ତଥା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସମ୍ପର୍କ । ଏହି ସବୁ ଯୋଗ୍ୟତା ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଶନ ରେଡ୍ଡୀଙ୍କ ନାଁ ସବୁଠୁ ଆଗରେ ରହିଛି । ଲଗାତାର ତୃତୀୟ ଥର ପାଇଁ  କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇସାରଥିବା ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ଗଣାଯାଆନ୍ତି ।

ଏହା ଛଡା ପ୍ରଭାରୀଭାବେ ଉତରପ୍ରଦେଶ ଓ ହରିଆଣା ବିଜେପିକୁ ବାରମ୍ବାର ବିଜୟ କରିବାରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ତୁଙ୍ଗ ନେତୃତ୍ବବନ୍ଦ ପ୍ରଶଂସା କରନ୍ତି । ନିକଟରେ ବିଜେପିକୁ ଓଡିଶାର ଶାସନ କ୍ଷମତାକୁ ଆଣିବାକୁ ଧର୍ମେନ୍ଦ୍ର ଏକ ମୁଖ୍ୟ ଭୂମିକା ନେଇଥିଲେ । ଏହି ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସଭାପତି ହେବା ବହୁ ସମ୍ଭାବନା ରହିଛି । ସେହିଭଳି ଜି.କିଶନ ରେଡ୍ଡୀ ଯୁବମୋର୍ଚ୍ଚାର ସଭାପତି ପଦବୀଠାରୁ ଆରମ୍ଭ କରି ବିଧାୟକ, ସଂସଦ ଓ କେନ୍ଦ୍ରମନ୍ତ୍ରୀଭାବେ ଦାୟିତ୍ବ ତୁଳାଇଛନ୍ତି । ଏବେ ମଧ୍ୟ ତେଲେଙ୍ଗାନା ରାଜ୍ୟ ସଭାପତି ଅଛନ୍ତି । କିଶନଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସର୍ମ୍ପକ ବେଶ ଭଲ । ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବାକୁ ଅଭିଳାଷା ଦୃଷ୍ଟିରୁ କିଶନ ରାଷ୍ଟ୍ରୀୟ ସଭାପତି ଦାବିଦାର ହୋଇପାରନ୍ତି ।

ଅନ୍ୟପକ୍ଷରେ ଉତରଭାରତ ତିନି ଚେହେରାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଜଣେ ଭଲ ସାଂଗଠକ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ । ମହାରାଷ୍ଟ୍ର ମହାୟୁତି ଶାସନକୁ ବଜାୟ ରଖିବାରେ ରଖିବାରେ ରାଜ୍ୟ ପ୍ରଭାରୀ ଭୁପେନ୍ଦ୍ର ଉପଯୋଗିତାକୁ ସମସ୍ତେ ସ୍ବୀକାର କରନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ମୋହନଲାଲ ଖଟ୍ଟର ହରିୟାଣାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ।ପ୍ରଧାନମନ୍ତ୍ରୀ  ମୋଦିଙ୍କ ସହ ତାଙ୍କର ସର୍ମ୍ପକ ଖୁବ ନିବିଡ । ଜଣେ ଆରଏଏସ ପ୍ରଚାରକଭାବେ ମନହୋର ଖୁବ ଜଣାଶୁଣା ।

Leave A Reply

Your email address will not be published.