କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ?, ଶିବରାଜ କହିଲେ ମୁଁ ନୁହେଁ

0

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଏନେଇ ସସ୍‌ପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଛନ୍ତି ଏକ ବଡ଼ ବୟାନ।

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ। ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଁ ଦାବିଦାର ନଥିଲି କି ଆଜି ମଧ୍ୟ ନାହିଁ। ମୁଁ କେବଳ ଦଳର ଜଣେ କର୍ମୀ। ଦଳ ଯାହା ବି କାମ ଦେବ ତାକୁ ସମ୍ପୂର୍ଣ୍ଣ କ୍ଷମତା ଓ ସଚ୍ଚୋଟତାର ସହ କରିବି ବୋଲି ଶିବରାଜ ସିଂହ କହିଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ଶିବରାଜ ଆହୁରି କହିଛନ୍ତି, ‘ମୋଦିଜୀ ଆମର ନେତା। ତାଙ୍କ ସହ କାମ କରି ମୁଁ ସର୍ବଦା ଗର୍ବ ଓ ଆନନ୍ଦ ଅନୁଭବ କରିଛି। ରାଜ୍ୟବାସୀଙ୍କୁ ମୁଁ ପୁଣିଥରେ ଧନ୍ୟବାଦ ଜଣାଉଛି।’ ମଧ୍ୟପ୍ରଦେଶରେ ସରକାର ଗଠନ ପ୍ରକ୍ରିୟା ଓ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଶିବରାଜଙ୍କ ଏଭଳି ବାର୍ତ୍ତା ସାମ୍ନାକୁ ଆସିଛି।

Leave A Reply

Your email address will not be published.