କିଏ ହେବ କଂଗ୍ରେସ ସଭାପତି

0

ନୂଆଦିଲ୍ଲୀ(ଆମ ଟିଭି):  ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦଳର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହ ଝାଡ଼ଖଣ୍ଡ କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ମଧ୍ୟ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଯେ ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବ। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ ପ୍ରଥମେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବାର ଥିଲା | କିନ୍ତୁ ସମସ୍ତଙ୍କୁ ଚମକାଇ ଝାଡ଼ଖଣ୍ଡର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି । ସେ ଶୁକ୍ରବାର ଦିନ ଦିଲ୍ଲୀରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଥାଉ କି ରାଜନୀତିରେ ଯୋଗଦେବା ପୂର୍ବରୁ କୃଷ୍ଣାନନ୍ଦ ତ୍ରିପାଠୀ ବାୟୁସେନାରେ ଥିଲେ। ସେନା ଚାକିରି ଛାଡି ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୫ ରେ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ଡାଲଟନଗଞ୍ଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୦୯ ରେ, ସେ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ଭାବରେ ଡାଲଟନଗଞ୍ଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ​​ଜିତିଥିଲେ। ଜଣେ ବିଧାୟକ ହେବା ପରେ ତାଙ୍କୁ ରାଜ୍ୟ ସରକାରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା।

Leave A Reply

Your email address will not be published.