କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ: ରାହୁଲଙ୍କୁ ମନାଇବାରେ ବିଫଳ କଂଗ୍ରେସ

0

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ବୁଡ଼ି ବୁଡ଼ି ଯାଉଥିବା କଂଗ୍ରେସକୁ କିଏ ଉଦ୍ଧାର କରିବ? କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ। କଂଗ୍ରେସ ପାଇଁ ଏହା ଏକ ଅବୁଝା ଅଙ୍କରେ ପରିଣତ ହୋଇଛି। ଦୀର୍ଘ ସମୟରୁ ଅନ୍ତରୀଣ ଅଧ୍ୟକ୍ଷ ଭରସାରେ ଚାଲିଛି କଂଗ୍ରେସ। ଦଳର ଅନେକ ନେତା ଚାହାନ୍ତି ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ। ହେଲେ ରଣନୀତିକାର ରାହୁଲ ଗାନ୍ଧୀଙ୍କୁ ଏ ନେଇ ମନେଇବାରେ ବିଫଳ ହୋଇଛନ୍ତି। ଏହି କାରଣରୁ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନରେ ବିଳମ୍ବ ଘଟିପାରେ। ରାହୁଲ ସଂପ୍ରତି ନିର୍ବାଚନ ଲଢିବା ପାଇଁ କୌଣସି ସ୍ପଷ୍ଟ ସଙ୍କେତ ଦେଇ ନାହାନ୍ତି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ନମିଳିବା କାରଣରୁ କଂଗ୍ରେସ କାର୍ୟ୍ୟକମିଟି ବୈଠକ ଡକାଯାଉ ନାହିଁ। ବୈଠକରେ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁତାବକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରି ସାରିଛି।

ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ଵାଧିନ କେନ୍ଦ୍ରୀୟ ନିର୍ବାଚନ ପ୍ରାଧୀକରଣ କହିଛନ୍ତି, ପାର୍ଟି ନିର୍ଦ୍ଧାରିତ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ। ସବୁ କିଛି କଂଗ୍ରେସ କାର୍ୟ୍ୟକାରୀ କମିଟିର ବୈଠକ ଉପରେ ନିର୍ଭର କରେ। କମିଟିକୁ ହିଁ ନିର୍ବାଚନ ତାରିଖ ଘୋଷଣା କରିବାର ଅଛି। ପାର୍ଟି ଦ୍ଵାରା ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରକ୍ରିୟା ଅଗଷ୍ଟ ୨୧ରୁ ଆରମ୍ଭ ହେବାର ଥିଲା ଏବଂ ସେପ୍ଟେମ୍ବର ୨୦ ପୂର୍ବରୁ ନୂତନ ଅଧ୍ୟକ୍ଷ ଚୟନ କରାଯିବାର ଥିଲା। ରାଜ୍ୟଗୁଡିକର କଂଗ୍ରେସ ସଭାପତି ମଧ୍ୟ ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚୟନ କରାଯିବାର ଥିଲା। ମାତ୍ର ଏ ପର୍ୟ୍ୟନ୍ତ କୌଣସି ରାଜ୍ୟରେ ଏହି ପ୍ରକ୍ରିୟା ପୂରା ହୋଇ ନାହିଁ। ତେବେ ଏହାରି ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ନାଁ ମଦ୍ୟ ଚର୍ଚ୍ଚାର ପ୍ରଥମେ ଅଛି । ଦେଖାଯାଉ କିଏ ଧରୁଛି କଂଗ୍ରେସର ମଙ୍ଗ ।

Leave A Reply

Your email address will not be published.