ନୂଆଦିଲ୍ଲୀ (ଆମ ଟିଭି): ହିମାଚଳପ୍ରଦେଶରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପାଂଚ ବର୍ଷ ପରେ ପୁଣି ଥରେ ହିମାଚଳପ୍ରଦେଶରେ ଶାସନ ପରିବର୍ତ୍ତନ ହୋଇଛି । ମୋଦି ହାୱା ସତ୍ତେ୍ୱ୍ୱ ବିଜେପିକୁ ହରାଇ ସ୍ପଷ୍ଟ ବହୁମତ ହାସଲ କରିଛି କଂଗ୍ରେସ । ଯେତେବେଳେ ଓଡିଶା ଭଳି ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଉଛନ୍ତି ସେତିକିବେଳେ ହିମାଚଳରେ ଦଳର ବିଜୟ ଦଳ ପାଇଁ ଦଳ ପାଇଁ ସଞ୍ଜିବନୀ ସଦୃଶ ପ୍ରମାଣିତ ହୋଇଛି ।
କଂଗ୍ରେସ ହିମାଚଳ ଦଖଲ କରିବା ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ମାନସମନ୍ଥନ । ଏଥିପାଇଁ ଚର୍ଚ୍ଚାରେ ରହିଛି ୩ ବରିଷ୍ଠ କଂଗ୍ରେସ ନେତା ସୁଖବିନ୍ଦର ସିଂ, ମୁକେଶ ଅଗ୍ନିହୋତ୍ରି, ପ୍ରତିଭା ସିଂଙ୍କ ନାଁ । ଏନେଇ ଆଜି ନବ ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡକାଯାଇଛି । କିଏ ମୁଖ୍ୟମନ୍ତ୍ରୀ ହେବ, ସେଥିରେ ନିଷ୍ପତ୍ତି ନିଆଯିବ ।