ନୂଆଦିଲ୍ଲୀ (ଆମ ଟିଭି): ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଆରଏସଏସର ଶୀର୍ଷ ନେତୃତ୍ୱ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୈଠକ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ବୈଠକରେ ଯୋଗ ଦେଇଥିଲେ। ଆରଏସଏସ ପକ୍ଷରୁ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଓ ଯୁଗ୍ମ ସାଧାରଣ ସମ୍ପାଦକ ଅରୁଣ କୁମାର ଉପସ୍ଥିତ ଥିଲେ। ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ଏହି ବୈଠକରେ ଆଲୋଚନା ହୋଇଛି।
ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଜଣେ ମହିଳା କିମ୍ବା ଓବିସି ହୋଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ କାର୍ୟ୍ୟକାରୀ ହେବାର ଅଛି । ବିଜେପିରେ କେବେ ବି ମହିଳା ନେତ୍ରୀ ସଭାପତି ହୋଇନାହାନ୍ତି । ତେଣୁ ଜଣେ ମହିଳାଙ୍କୁ ଦାୟିତ୍ୱ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।