ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ଭୋଟ ଦେବ ବିଜେଡି: ଆସିଲା ବଡ଼ ଅପ୍‌ଡେଟ୍‌

0

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିପାରେ ବିଜେଡି। ଏନେଇ ଦଳୀୟ ଏମ୍‌ପିଙ୍କ ସୂତ୍ରରୁ ସୂଚନା ମିଳିଛି। ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବିମାନବନ୍ଦରଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦିଲ୍ଲୀ ଗସ୍ତ କରୁଛନ୍ତି। ଏହି ସମୟରେ ଦଳୀୟ ସାଂସଦଙ୍କ ସହିତ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଶନିବାର ବିଜେଡି ପକ୍ଷରୁ ଅନୁଷ୍ଠିତ ପିଏସି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଦଳର ବରିଷ୍ଠ ନେତାଙ୍କ ମତାମତ ଲୋଡାଯାଇଥିଲା। ନେତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ହେଁ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନ ଥିଲା। ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସି ପି ରାଧାକ୍ରିଷ୍ଣନଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରିଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ‘ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.