ଲଳିତଙ୍କ ପରେ କିଏ ହେବ ଉତ୍ତରାଧିକାରୀ

0

ନୂଆଦିଲ୍ଲୀ:  ଜଷ୍ଟିସ ୟୁୟୁ ଲଳିତ୍‌ ନଭେମ୍ବର ୮ରେ ଅବସର ନେବେ। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଏଣୁ ତାଙ୍କ ପରେ କିଏ ହେବ ଉତ୍ତରାଧିକାରୀ । ସେ ନେଇ କେନ୍ଦ୍ର ସରକାର ତାଙ୍କ ନା ସୁପାରିସ କରିବାକୁ କହିଛନ୍ତି ।

ଯଦି ପ୍ରଚଳିତ ନିୟମକୁ ଅନୁସରଣ କରାଯାଏ ତେବେ ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ପରେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ହେବାରେ ଯୋଗ୍ୟ ବିବେଚିତ ହୋଇପାରନ୍ତି। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡିୱାଇ ଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ଗତ ଅଗଷ୍ଟ ୨୭ ତାରିଖରେ  ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଥିଲେ। ବିଚାରପତି ଲଳିତଙ୍କ ୭୪ ଦିନ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେଉଛି। ବିଚାରପତି ଲଳିତ ହେଉଛନ୍ତି ବାର୍‌ରୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ହୋଇଥିବା ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି। ଏଭଳି ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିବା ବିଚାରପତି ‌ହେଉଛନ୍ତି ଏସ୍‌. ଏମ୍‌. ସିକ୍ରି। ୧୯୭୧ ମସିହା ଜାନୁଆରି ମାସରେ ସେ ଦେଶର ୧୩ଶ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.