୨୦୨୨ ପାଇଁ କିଏ ପାଇଲା ନୋବେଲ କିଏ ପାଇଲା ନୋବେଲ ଶାନ୍ତି ପୁରସ୍କାର?
ନୂଆଦିଲ୍ଲୀ (ଆମ ଟିଭି): ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ହୋଇ ଚାଲିଛି । ଏହାରି ଭିତରେ ଆଜି ୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନୋବେଲ କମିଟି ବେଲାରୁସର ମାନବାଧିକାର କର୍ମୀ ଆଲେସ ବାଲିଆସ୍କି, ଋଷ ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’କୁ ମିଳିତ ଭାବେ ଏହି ସମ୍ମାନ ମିଳିବା ନୋବେଲ ପୁରସ୍କାର ବିଜେତା ନିଜ ଦେଶରେ ନାଗରିକ ସାମାଜର ପ୍ରତିନିଧିତ୍ୱ କରୁଥିଲେ । ଅନେଳ ବର୍ଷ ଧରି ନାଗରିକଙ୍କ ମୌଳିକ ଅଧିକାର ରକ୍ଷା କରିବା ପାଇଁ ସେମାନେ କାମ କରିଆସୁଥିଲେ ।
୧୯୮୦ ଦଶକର ମଧ୍ୟ ଭାଗରେ ବେଲାରୁସରେ ଆରମ୍ଭ ହୋଇଥିବା ଲୋକତନ୍ତ୍ର ଆନ୍ଦୋଳନରେ ସେ ଜଣେ ଅଗ୍ରଣୀ ବ୍ୟକ୍ତିଥିଲେ । ସେ ନିଜର ଜୀବନକୁ ଦେଶରେ ଲୋକତନ୍ତ୍ର ଏବଂ ଶାନ୍ତିପୂର୍ଣ୍ଣ ବିକାଶକୁ ଆଗକୁ ନେବାରେ ସମର୍ପିତ କରିଥିଲେ । ୧୯୯୬ରେ ସେ ଭିଆସନ ସଙ୍ଗଠନର ସ୍ଥାପନା କରିଥିଲୋ ଭିଆସନ ଏକ ମାନବାଧିକାର ସଂଗଠନ ଭାବେ ବିକଶିତ ହୋଇଥିଲା ।