କେଉଁମାନେ ପାଇବେନି ସୁଭଦ୍ରା ସହାୟତା ?
ସୁଭଦ୍ରା’ ଯୋଜନା ଗାଇଡଲାଇନ । ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଗାଇଡଲାଇନ ଅନୁସାରେ ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ତେବେ ଚାଲନ୍ତୁ ଜାଣିବା କେଉଁମାନେ ପାଇବେନି ସୁଭଦ୍ରା ସହାୟତା ?
‘ସୁଭଦ୍ରା’ ଯୋଜନା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ । ଅଫ୍ଲାଇନ୍ ଫର୍ମ ପୂରଣ ବା ଅନ୍ଲାଇନ୍ରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ ମହିଳା । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ । ତେବେ ମହିଳାମାନଙ୍କୁ ‘ସୁଭଦ୍ରା ଡିବିଟି କାର୍ଡ’ ପ୍ରଦାନ କରିବେ ସରକାର । ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।
• କୌଣସୀ ଯୋଜନାରୁ ମାସକୁ ୧୫ଶହ କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ପାଇବେନି
• ପେନସନ, ଛାତ୍ରବୃଦ୍ଧି ପାଉଥିଲେ ମିଳିବନି
• ସାଂସଦ କିମ୍ବା ବିଧାୟକଙ୍କ ପରିବାର ସଦସ୍ୟକୁ ମିଳିବନି
• ଆୟକର ଦେଉଥିଲେ ମିଳିବନି
• ସହର ଓ ଗ୍ରାମାଞ୍ଚଳର ଜନପ୍ରତିନିଧି ପାଇବେନି ସୁବିଧା
• କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳିବନି
ପେନସନଭୋଗୀଙ୍କୁ ମିଳିବନି ସୁବିଧା
• ପରିବାରର ୫ ଏକର ଜଳସେଚିତ ଜମି ଥିଲେ ମିଳିବନି
• ୧୦ ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ମିଳିବନି
• ପରିବାରରେ ଟ୍ରାକ୍ଟର, ମିନି ଟ୍ରକ, ବାଣିଜ୍ୟିକ ଯାନ ଥିଲେ ମିଳିବନି
• ରାସନକାର୍ଡରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା