କାହିଁକି ହାରିଲା ବିଜେପି ହିମାଚଳ

0

ନୂଆଦିଲ୍ଲୀ: ଘର ଭିତରେ ମୂଷା କିଏ। କେଉଁମାନେ କରିଛନ୍ତି ଆତ୍ମଘାତୀ କାମ। କାହା ପାଇଁ ହାରିଲା ଦଳ। ହିମାଚଳ ପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ଦଳ। ନିର୍ବାଚନ ପରିଚାଳନାରେ ଦଳଭିତରେ କେଉଁଠି ତ୍ରୁଟି ରହିଲା ଖୋଜିବା ଆରମ୍ଭ କରିଛି ଦଳ। ସେହିପରି ଦଳ ଭିତରେ ରହି କେଉଁ ମାନେ ମୂଷା ଭଳି କାମ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ଦଳ। ଏନେଇ ନିଜର ମତ ରଖିଛନ୍ତି ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା। ଦଳ ଭିତରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ। ଗୋଟିଏ ନକରାତ୍ମକ ଟ୍ରେଣ୍ଡ ତିଆରି ହେଲେ ଏହା ବଢ଼ିଯାଏ।

ଆମକୁ ଏହାକୁ ସମାପ୍ତ କରିବାକୁ ପଡିବ। ଯେତେବେଳେ ଆମେ ଜଣେ ବିଦ୍ରୋହୀ ନେତାଙ୍କୁ ଫେରାଇ ଆଣୁ ଏହା ଏକ ଭୁଲ ବ୍ୟବସ୍ଥାକୁ ଜନ୍ମ ଦିଏ। ସେଭଳି ନେତାଙ୍କୁ ଫେରା ଆଣିବାକୁ ଆମକୁ ସତର୍କ ହେବାକୁ ପଡ଼ିବ। ଆମକୁ ଭବିଷ୍ୟତ ପାଇଁ ଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଜେପି ନଡ୍ଡା କରିଛନ୍ତି। ହିମାଚଳ ପ୍ରଦେଶରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହୋଇ ସରକାର ଗଢିବା ନିଶ୍ଚିତ କରିଛି ।

Leave A Reply

Your email address will not be published.