କାହିଁକି ଏମିତି କହିଲେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

0

ଶିବମୋଗା: ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ ହିନ୍ଦୁମାନଙ୍କୁ ଘରେ ଛୁରୀ ପ୍ରସ୍ତୁତ କରିବାକୁ ରଖିବାକୁ କହିଛନ୍ତି। ନିଜର ମର୍ଯ୍ୟାଦା ଓ ନିଜ ଉପରେ ହେଉଥିବା ଆକ୍ରମଣର ଉଚିତ ଜବାବ ଦେବାର ଅଧିକାର ହିନ୍ଦୁମାନଙ୍କର ରହିଛି ବୋଲି ମଧ୍ୟ ସେ କହିଛନ୍ତି। ଏଥିସହ ହିନ୍ଦୁ କର୍ମକର୍ତ୍ତାଙ୍କ ହତ୍ୟା ସମ୍ପର୍କରେ ମତ ରଖିଛନ୍ତି।

ମଧ୍ୟପ୍ରଦେଶର ଭୋପାଲରୁ ଲୋକସଭାକୁ ବିଜେପି ଟିକେଟରୁ ନିର୍ବାଚିତ ହୋଇଥିବା ପ୍ରଜ୍ଞା ସିଂହ ଠାକୁର ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ଲଭ ଜିହାଦ। ସେମାନଙ୍କର ପରମ୍ପରା ହେଲା ଜିହାଦ। ଯଦି ସେମାନେ କିଛି କରି ପାରନ୍ତି ନାହିଁ, ତେବେ ଲଭ ଜିହାଦ କରନ୍ତି। ଯଦି ସେମାନେ ଭଲ ପାଆନ୍ତି, ତା’ହେଲେ ସେଥିରେ ବି ଜିହାଦ କରନ୍ତି। ଆମେ(ହିନ୍ଦୁ) ମଧ୍ୟ ଭଲ ପାଉ। ଭଗବାନକୁ ଭଲ ପାଅ। ଜଣେ ସନ୍ୟାସୀ ନିଜ ଭଗବାନଙ୍କୁ ଭଲ ପାଆନ୍ତି।”

Leave A Reply

Your email address will not be published.