କାହିଁକି ଏମିତି କହିଲେ ଫାରୁକ୍ ଅବଦୁଲା
ନୂଆଦିଲ୍ଲୀ: ଏନସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା। ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ସ୍ୱଭାବିକ୍ ଅବସ୍ଥା ଫେରି ଆସିଥିବା ବିଜେପି ଏକ ଭୁଲ ପ୍ରଚାର କରୁଛି। ଏମିତି ଭୁତେଇ କଶ୍ମୀର ପଣ୍ଡିତମାନଙ୍କୁ ‘ବଳିକା ବକ୍ରା’ ବନାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କଶ୍ମୀରରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରରେ ପ୍ରଥମଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ଫଳରେ ବିଜେପି ଏଠାରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା ସେ ଅଭିଯୋଗ କରିଛନ୍ତି । ଜମ୍ମୁ-କଶ୍ମୀରେ ସ୍ୱାଭାବିକ୍ ଅବସ୍ଥା ଫେରି ଆସିଥିବା ବିଜେପି ମିଛ ପ୍ରଚାର କରୁଥିବା ସେ କହିଛନ୍ତି। ଏହା କେବଳ ଗୋଟିଏ ଅପପ୍ରଚାର ଛଡ଼ା ଆଉ କିଛି ନୁହଁ।
ଗତ ସପ୍ତାହରେ କଶ୍ମୀର ପଣ୍ଡିତ ସରକାରୀ କର୍ମଚାରୀଙ୍କୁ ଚିଠି ଲେଖି ଲଶ୍କର-ଇ-ତାଇବା (ଏଲଇଟି)ର ଶାଖା ଟିଆରଏଫ୍ ଧମକାଇଛି। ଆଗକୁ କଶ୍ମୀରୀ ପଣ୍ଡିତଙ୍କୁ ଅଧିକ ଟାର୍ଗେଟ କରାଯାଇ ହତ୍ୟା କରାଯିବ। ଟ୍ରାଞ୍ଜିଟ୍ କଲୋନୀରେ ପରିଣତ କରି ସେଠାରେ କଶ୍ମୀର ପଣ୍ଡିତ ସମ୍ପ୍ରଦାୟର ସଦସ୍ୟମାନ ‘କବରସ୍ଥାନ‘ରେ ରହିବେ। । ଗତ ଏକ ବର୍ଷ ହେବ ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକ ଆକ୍ରମଣକୁ ନେଇ ଲଗାତାର ବିଜେପି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ଅବଦୁଲା। ଜମ୍ମୁ କଶ୍ମୀରରେ ନାଗରିକଙ୍କ ସୁରକ୍ଷା ପାଇଁ ନିଜଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି । ଏହି ପ୍ରସଙ୍କଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠନ ଡାକିବା ଉଚିତ। ଯଦି ଆପଣ ସେମାନଙ୍କୁ ସୁରକ୍ଷା ଯୋଗାଇ ପାରିବେ ନାହିଁ ତେବେ କାଶ୍ମରୀ ପଣ୍ଡିତମାନଙ୍କୁ ବଳିର ବକ୍ରା ବନାନ୍ତୁ ନାହିଁ ବୋଲି ସେ କହିଛନ୍ତି । କଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣି ଭ୍ୟାଲିରେ ଚାକିରି ପାଇଁ ବାଧ୍ୟ କରିବା ଉଚିତ ନୁହଁ ବୋଲି ସେ କହିଛନ୍ତି।