କାହିଁକି ଏମିତି କହିଲେ ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି ଗୋଟେ ଜାଗାରେ ଜଣେ ଅଫିସର ଅଧିକ ରହିବା କଥା ନୁହେଁ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳ ସେହି ଜିଲ୍ଲାରେ ୬ବର୍ଷ ରୁ ଅଧିକ ସମୟ ରହିଲେଣି । କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନର କାମ ଛାଡି ବେପାର କରିବାରେ ବ୍ୟସ୍ତ । ସେହିପରି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନ ୨୦୧୪ରୁ ୯ ବର୍ଷ ଧରି ଗୋଟିଏ ବିଭାଗରେ ରହିଛନ୍ତି । ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ୨୦୧୭ରୁ ଗୋଟେ ବିଭାଗରେ ରହିଛନ୍ତି । ଯିଏ କି ପୂର୍ତ୍ତ ଓ ଶ୍ରୀ ମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିଛନ୍ତି । ସେହିପରି ଗୋଟିଏ ଲୋକ ଏକାଧିକ ପୋଷ୍ଟରେ ରହିବା ବି ଅନୁଚିତ । ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚର ଏଡ଼ିଜି ବି ରହିଛନ୍ତି ।

Leave A Reply

Your email address will not be published.