କାହିଁକି ନିଜକୁ ଗିରଫ କରିବାକୁ ଦାବି କଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଆତଙ୍କବାଦୀ କି ଦୁର୍ନୀତିଗ୍ରସ୍ତ ହୋଇଥିଲେ ମୋତେ ଗିରଫ କର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍) ଅରବିନ୍ଦ କେଜ୍ରିୱାଲ ଆଜି ଏଭଳି ଟୁଇଟ୍‌ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହା ସହ ବିଜେପି ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା କେଜ୍ରିୱାଲ ଟ୍ବିଟ ଜରିଆରେ ଦାବି କରିଛନ୍ତି।

ସେ କରିଥିବା ଟ୍ୱିଟରେ ଲେଖାଯାଇଛି ଯେ, ପଞ୍ଜାବରେ ପ୍ରଥମେ ପ୍ରଧାନମନ୍ତ୍ରୀ କହିଥିଲେ କେଜ୍ରିୱାଲ ଜଣେ ଆତଙ୍କବାଦୀ। ଏହା ଶୁଣି ଗୃହମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ। ପରେ ହେଲା କ’ଣ? ବର୍ତ୍ତମାନ ଗୁଜୁରାଟ ବିଧାନସଭା ନିର୍ବାଚନ/ ଏମସିଡି ପୂର୍ବରୁ ସେମାନେ କହୁଛନ୍ତି ଯେ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ। ଯଦି କେଜ୍ରିୱାଲ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ, ତେବେ ତାଙ୍କୁ ଗିରଫ କର। କେଜ୍ରିୱାଲ ନା ଆତଙ୍କବାଦୀ ନା ଦୁର୍ନୀତିଗ୍ରସ୍ତ। କେଜ୍ରିୱାଲ ଲୋକଙ୍କର ପ୍ରିୟ ଅଟନ୍ତି। ଏହା ଜାଣିବା ପ‌ରେ ବିଜେପିକୁ କଷ୍ଟ ହେଉଛି।

Leave A Reply

Your email address will not be published.