କାହିଁକି ଆବେଦନ ଫେରାଇ ନେଲେ କେଜ୍ରିୱାଲ

0

ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜ୍ରିୱାଲ। ଇଡିର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାକୁ ଆଜି ଉଠାଇ ନେଇଛନ୍ତି। ଏହି ମାମଲା ତଳ କୋର୍ଟରେ ବିଚାରଧୀନ ଥିବାରୁ ଆବେଦନ ପ୍ରତ୍ୟାହାର କରି ନିଆଯାଇଥିବା କେଜ୍ରିୱାଲଙ୍କ ଓକିଲ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଆପ୍ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କିନ୍ତୁ ଅଦାଲତ ତତ୍କାଳ ଶୁଣାଣି କରିବାକୁ ମନା କରି ଆଜିକୁ ସମୟ ଦେଇଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ.ଏମ ସୁନ୍ଦରଶ ଏବଂ ଜଷ୍ଟିସ ବେଲା ଦ୍ୱିବେଦୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥାନ୍ତେ। କିନ୍ତୁ ଏହା ପୂର୍ବରୁ କେଜ୍ରିୱାଲଙ୍କ ଓକିଲ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

Leave A Reply

Your email address will not be published.