କାହିଁକି ଏମିତି କହିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ‘ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ଆସିଛି। ଆପଣ ମଧ୍ୟ ନିଜର ପ୍ରେମର ଛୋଟ ଦୋକାନ ଖୋଲନ୍ତୁ। ନିର୍ବାଚିତ ହୋଇଥିବା ଲୋକେ ଘୃଣା ବିସ୍ତାର କରୁଛନ୍ତି।’ ଆଜି ଦିଲ୍ଲୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବା ପରେ ଏଭଳି କିଛି କହି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ଆଜି ଦିଲ୍ଲୀରେ ଏଣ୍ଟ୍ରି କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଭାରତ ଯୋଡ଼ୋ ଯାତ୍ରା’ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଗାନ୍ଧୀ ଓ ଅନ୍ୟ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।