କାହିଁକି ଏମିତି କହିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

0

ନୂଆଦିଲ୍ଲୀ : ୟୁପିଏ ଶାସନ ସମୟରେ ସିବିଆଇ ବର୍ତ୍ତମାନର ସ୍ୱରାଷ୍ଟ୍ର ଅମିତ ଶାହଙ୍କ ଉପରେ ଚାପ ପକାଇଥିଲା। ଫେକ ଏନକାଉଣ୍ଟର ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଫେକ ଏନକାଉଣ୍ଟରରେ ରହିଛି ବୋଲି ସ୍ୱୀକାର କରିବାକୁ ସିବିଆଇ ଅମିତ ଶାହଙ୍କୁ ବାଧ୍ୟ କରିଥିଲା। ନିଜେ ଅମିତ ଶାହ ଏପରି କଥା କହିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଭେଟରାନ ଅଶୋକ ଗେହଲଟ ଏ ପ୍ରସଙ୍ଗରେ ଦେଇଥିବା ବୟାନ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ସେ ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିବା ସହ ତାଙ୍କ ଉପରେ ଚାପ ପକାଇଥିବା ସିବିଆଇ ଅଧିକାରୀମାନଙ୍କ ନାଁ କୁହନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଏଥିସହ ପୁଲିସ୍‌ ମଧ୍ୟ ଅମିତ ଶାହଙ୍କ ଠାରୁ ଉକ୍ତ ଅଧିକାରୀମାନଙ୍କ ନାଁ ଆଣୁ ବୋଲି ସେ କହିଛନ୍ତି।

ଶ୍ରୀ ଗେହଲଟ କହିଛନ୍ତି, ଯଦି ଦିଲ୍ଲୀ ପୁଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜମ୍ମୁ-କଶ୍ମୀରରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିବା ମହିଳାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗି ପାରୁଛି। ତା’ହେଲେ ସେହି ପୁଲିସ୍‌ ନିଶ୍ଚିତ ଭାବେ ଅମିତ ଶାହଙ୍କୁ ତାଙ୍କ ଉପରେ ଚାପ ପକାଇ ମୋଦିଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅଧିକାରୀଙ୍କ ବିଷୟରେ ପଚାରିପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ “ମହିଳାମାନେ ଏବେ ବି କେନ୍ଦ୍ର ଶାସିତ ଅଞ୍ଚଳରେ ଯୌନ ଶୋଷଣ ଶିକାର ହେଉଛନ୍ତି। ଏକଥା ଭାରତ ଯୋଡ଼ୋ ଯାତ୍ରା ବେଳେ ଅନେକ ମହିଳା ମୋତେ କହିଛନ୍ତି।” ରାହୁଲଙ୍କ ଏପରି ବୟାନକୁ ଦିଲ୍ଲୀ ପୁଲିସ୍‌ ବେଶ ଗୁରୁତ୍ୱର ସହ ନେଇଥିଲା। ଯାତ୍ରା ଶେଷ ହେବା ପରେ ଦିଲ୍ଲୀ ପୁଲିସ୍‌ର ଗୋଟିଏ ଟିମ ୫ ଦିନ ମଧ୍ୟରେ ୩ଥର ରାହୁଲଙ୍କ ବାସଭବନକୁ ଯାଇ ଉକ୍ତ ମହିଳାମାନଙ୍କ ତଥ୍ୟ ମାଗିଥିଲା।

Leave A Reply

Your email address will not be published.