କାହିଁକି ଏମିତି କହିଲେ ସଞ୍ଜୟ ରାଉତ
ମୁମ୍ବାଇ: କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ତେଜୁଥିବା ବେଳେ ଆଜି ଉଦ୍ଧବ ଠାକ୍ରେ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଚୀନ୍ ଭାରତରେ ପ୍ରବେଶ କଲା ଭଳି ଆମେ କର୍ଣ୍ଣାଟକରେ ପ୍ରବେଶ କରିବୁ।
ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, କେତେ ଦଶନ୍ଧି ପୁରାତନ ଏହି ସୀମା ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଆମେ ଚାହୁଁଛୁ। କିନ୍ତୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ବିବାଦ ବଢ଼ାଉଛନ୍ତି।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ସମାଲୋଚନା କରି ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟରେ ଦୁର୍ବଳ ସରକାର ଥିବାରୁ ଏ ମାମଲା ବିଷୟରେ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ।