କାହିଁକି ଏମିତି ଭାବରେ ବିଧାନସଭା ଆସିଲେ ସିଦ୍ଧରମୈୟା

0

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପରିପୂରଣ ନ କରି ‘ବିଜେପି’ ସରକାର ଜନତାଙ୍କୁ ଠକିବା ସହିତ ଭୁଆଁବୁଲାଉଛି।

ସୂଚନାଯୋଗ୍ୟ, ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆଜି ତାଙ୍କର ଦ୍ବିତୀୟ ତଥା ତାଙ୍କ ସରକାରଙ୍କର ଶେଷ ବଜେଟ୍‌ ଉପସ୍ଥାପନ କରୁଛନ୍ତି। କାରଣ ଚଳିତ ବର୍ଷ ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।

ଆଜିର ଏହି ପ୍ରତିବାଦକୁ କର୍ଣ୍ଣାଟକ କଂଗ୍ରେସ ‘କିୱି ମେଲେ ହୂୱା’ ଅର୍ଥାତ୍‌ ‘କାନରେ ଫୁଲ’ ବୋଲି କହୁଛି। କାହାକୁ ଓଲୁ ସାବ୍ୟସ୍ତ କରାଯାଇଛି ବୋଲି ‘କାନରେ ଫୁଲ ଖୋଷିବା’ ସାଙ୍କେତିକ ଭାବେ ସୂଚନା ଦିଏ।

ନିର୍ବାଚନୀ ଇସ୍ତାହାରରେ ୬୦୦ ପ୍ରତିଶ୍ରୁତି ଦେଇଥିବା ବେଳେ ମାତ୍ର ୧୦% ବି ପୂରଣ କରାଯାଇ ନାହିଁ ବୋଲି କହି ସିଦ୍ଧରମୈୟା ବହୁବାର ବୋମ୍ମାଇଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି।

Leave A Reply

Your email address will not be published.