କାହିଁକି ଏମିତି କହିଲେ ମେଘାଳୟ ବିଜେପି ମୁଖ୍ୟ

0

ନୂଆଦିଲ୍ଲୀ : ମେଘାଳୟ ବିଜେପିର ମୁଖ୍ୟ ଅର୍ଣ୍ଣନେଷ୍ଟ ମାୱରୀ କହିଛନ୍ତି ଯେ ରାଜ୍ୟରେ ଗୋ-ମାଂସ ଖାଇବା ଉପରେ କୌଣସି କଟକଣା ନାହିଁ ଓ ସେ ମଧ୍ୟ ଗୋ-ମାଂସ ଖାଆନ୍ତି। ଏଏନଆଇକୁ ସାକ୍ଷାତକାର ଦେଇ ଅର୍ଣ୍ଣନେଷ୍ଟ କହିଛନ୍ତି, “ଅନ୍ୟ ରାଜ୍ୟରେ ଗୋ-ମାଂସକୁ ନେଇ କ’ଣ ସବୁ ସଂକଳ୍ପ ପାରିତ ହୋଇଛି, ସେ ବିଷୟରେ ମୁଁ କିଛି କହିବାକୁ ଚାହୁଁନି।

ଆମେ ମେଘାଳୟରେ ରହିଛୁ। ଏଠାରେ ସମସ୍ତେ ଗୋ-ମାଂସ ଖାଆନ୍ତି। ଏନେଇ କୌଣସି ପ୍ରକାରର କଟକଣା ନାହିଁ। ହଁ, ମୁଁ ମଧ୍ୟ ଗୋ-ମାଂସ ଖାଏ। ମେଘାଳୟରେ ଏହା ଉପରେ କୌଣସି ବ୍ୟାନ ନାହିଁ। ଲୋକଙ୍କ ଜୀବନ ଶୈଳୀ ସହ ଏହା ଜଡ଼ିତ ଓ କେହି ବି ଏହାକୁ ବନ୍ଦ କରିପାରିବେ ନାହିଁ।

ଭାରତରେ ମଧ୍ୟ ଏମିତି କୌଣସି ନିୟମ ନାହିଁ। କିଛି ରାଜ୍ୟ କିଛି ଆଇନ ପାରିତ କରିଛନ୍ତି। ମେଘାଳୟରେ ଆମର କଂସେଇ ଖାନା ରହିଛି। ସମସ୍ତେ ଗାଈ କିମ୍ବା ଘୁଷୁରୀ ନେଉଛନ୍ତି ଓ ଏହାକୁ ମାର୍କେଟକୁ ଆଣୁଛନ୍ତି। ଏହା ହାଇଜେନିକ ହୋଇପାରେ। ତେଣୁ ଏମିତି ଖାଦ୍ୟ ଖାଇବା ଲୋକଙ୍କ ଅଭ୍ୟାସ।”

ଆସାମ ଭଳି ବିଜେପି ଶାସିତ ରାଜ୍ୟରେ କଂସେଇ ଖାନା, ଗୋରୁ ଚାଲାଣ ଓ ଗୋ-ମାଂସ ବିକ୍ରି କରିବା ଭଳି କାମକୁ ହ୍ରାସ କରିବା ପାଇଁ ବିଲ ପାରିତ କରାଯାଉଛି। ଏପରି କି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଉତ୍ତର ପୂର୍ବ ଅଞ୍ଚଳର ଲୋକମାନଙ୍କୁ ହିନ୍ଦୁ ବହୁଳ ସ୍ଥାନରେ ଗୋ-ମାଂସ ସେବନ ଉପରେ କଟକଣା ଲଗାଇବାକୁ କହିଛନ୍ତି। ହେଲେ ଖୋଦ ବିଜେପିର ମେଘାଳୟ ମୁଖ୍ୟ ଗୋ-ମାଂସ ଖାଇବା ସପକ୍ଷରେ ମତ ରଖିଛନ୍ତି।

Leave A Reply

Your email address will not be published.