କାହିଁକି ଇସ୍ତଫା ଦେଲେ ମନ୍ତ୍ରୀ
ଚଣ୍ଡିଗଡ: ଇସ୍ତଫା ଦେଲେ ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍ଆଇଟି ଗଠନ କରିଛନ୍ତି।
ଜୁନିଅର ଆଥଲେଟିକ୍ସ ବିଭାଗ ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା ଚାଲିଛି। ତାଙ୍କ ଉପରେ ଲାଗିଥିବା ମିଛ ଅଭିଯୋଗର କଡା ତଦନ୍ତ ହେବ ବୋଲି ତାଙ୍କୁ ବିଶ୍ୱାସ। ତଦନ୍ତ ରିପୋର୍ଟ ଆସିବା ଯାଏଁ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ସେ କହିଛନ୍ତି।