କାହିଁକି ନିଜର ଶିକ୍ଷାଗତ ପ୍ରମାଣ ପତ୍ର ଚିରିଦେଲେ ପ୍ରଫେସର
କାବୁଲ: ମହିଳାଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲାଗିଥିବାରୁ ଭିନ୍ନ ଢଙ୍ଗରେ ଏହାର ପ୍ରତିବାଦ କରିଛନ୍ତି କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର। ତାଲିବାନ ସରକାର ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ଉପରେ ରୋକ ଲଗାଇଥିବାରୁ ଲାଇଭ ଟିଭି ଶୋ’ରେ ପ୍ରଫେସର ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।
ଏହାପରେ ସେ ଉକ୍ତ ଟିଭି ଶୋ’ରେ ହିଁ ନିଜର ସମସ୍ତ ପ୍ରକାରର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ଚିରି ଫିଙ୍ଗି ଦେଇଛନ୍ତି। ଯେଉଁଠି ତାଙ୍କର ମା’ ଓ ଭଉଣୀ ପଢ଼ିପାରିବେ ନାହିଁ, ସେଠାକାର ଶିକ୍ଷାଗତ ଯୋଗ୍ୟତା ତାଙ୍କର ଦରକାର ନାହିଁ ବୋଲି ପ୍ରଫେସର ଜଣଙ୍କ ନିଜର କୋହ ଭରା କଣ୍ଠରେ କହିଛନ୍ତି।