କାହିଁକି ବିଜେଡିକୁ ଏମିତି କହିଲେ ଅପରାଜିତା
ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି ତା’ହେଲେ ଜାଣି ରଖନ୍ତୁ ଆପଣ ପାଣ୍ଡୁଜୀଙ୍କୁ ଭୋଟ ଦେଉଛନ୍ତି । କାରଣ ବିଜେଡି ଆସିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।’ ଆଜି ଏପରି କହି ବିଜେଡିକୁ ସିଧାସଳଖ ଟାର୍ଗେଟ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀରେ ରୋଡ ଶୋ’ କରିଥିଲେ। ରୋଡ ଶୋ’ ସରିବା ପରେ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେପିର କିଛି କର୍ମୀ ଉପସ୍ଥିତ ଥିଲେ।