ଅମିତ ଶାହାଙ୍କୁ କାହିଁକି ଚିଠି ଲେଖିଲେ ଖାର୍ଗେ

0

ନୂଆଦିଲ୍ଲୀ :ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ।

ଚିଠି ମାଧ୍ୟମରେ କଂଗ୍ରେସ ଦଳ ପକ୍ଷରୁ ଅନେକ ଦାବି କରିଛନ୍ତି ମଲ୍ଲିକାର୍ଜୁନ ଖାଡଗେ। ଏଥିସହ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ଖାଡଗେ।

Leave A Reply

Your email address will not be published.