କାହିଁକି ହୋଇଥାଏ ଚର୍ମରୋଗ? ଜାଣନ୍ତୁ ଚର୍ମ ରୋଗର କାରଣ ଓ ନିରାକରଣ

0

ଚର୍ମରୋଗ ଏଭଳି ଏକ ସମସ୍ୟା, ଯାହା ସମସ୍ତଙ୍କ ପାଖରେ ଦେଖାଦେଇଥାଏ। ଏହି ରୋଗରେ ଚର୍ମ କୁଣ୍ଡେଇ ହୋଇ ଲାଲ ପଡ଼ିଯାଇଥାଏ। ବେଳେବେଳେ ଲାଲ୍‌ଲାଲ୍‌ ଫୋଟକା ପରି ହୋଇ ଚର୍ମରେ ନାଲି ନାଲି ଫଳି ଯାଇଥାଏ। ଚର୍ମରୋଗ ଶରୀରର କିଛି ସ୍ଥାନରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ।ଚର୍ମରୋଗ ହେବାର କୌଣସି ବୟସ ସୀମା ନଥାଏ। ସବୁ ବୟସର ଲୋକଙ୍କୁ ହେବାର ସମ୍ଭାବନା ଥାଏ। ଜାଣନ୍ତୁ ଚର୍ମ ରୋଗର କାରଣ ଓ ନିରାକରଣ।

ଚର୍ମ ରୋଗର କାରଣ

ଲିଭର ସଫା ନ ଥିଲେ ସାଧାରଣତଃ ଚର୍ମରୋଗ ହବାର ସମ୍ଭାବନା ଅଧିକ ଥାଏ। ଅଧିକ ମାତ୍ରାରେ ଫାଷ୍ଟଫୁଡ୍, ତେନ୍ତୁଳି, ମସଲାଯୁକ୍ତ ଖାଦ୍ୟ, ଦହି ସହ ତେନ୍ତୁଳି ରସ ଅତ୍ୟଧିକ ମାତ୍ରାରେ ଆମିଷ ଖାଇଲେ ଏହି ରୋଗ ହେଇଥାଏା ରକ୍ତ ଅପରିଷ୍କାର ହେଲେ ଚର୍ମରୋଗର ସମସ୍ୟା ବଢ଼ିଥାଏା

ଚର୍ମ ରୋଗର ଆଶଙ୍କାକୁ ଏଡ଼ାଇବା ପାଇଁ କ’ଣ ଖାଇବେ ନାହିଁ

-ଚର୍ମ ରୋଗ ସମୟରେ ବାଇଗଣ, ଭେଣ୍ଡି, ସାରୁ, ଖମ୍ବଆଳୁ, ପଣସ ଖାଇବେ ନାହିଁ।

-ଦୁଗ୍ଧ ସହ ଚଟାପଟା ଖାଦ୍ୟ ଖାଇବେ ନାହିଁ।

-ମଦ୍ୟପାନ କରିବେ ନାହିଁ।

-ଆମିଷଠାରୁ ଦୂରେଇ ରହନ୍ତୁା

-ଅଧିକ ମାତ୍ରାରେ ଚା’ ପିଇବେ ନାହିଁ।

-ଆଇସକ୍ରିମ, ବରଫ, ଅଧିକ ଥଣ୍ଡା ପାଣିଠାରୁ ଦୂରରେ ରୁହନ୍ତୁା

-ଗୁଡ଼ରେ ତିଆରି ଖାଦ୍ୟ ଖାଇବେ ନାହିଁ।

ଚର୍ମ ରୋଗ ହୋଇଥିଲେ କ’ଣ ଖାଇବେ

-ଅଧିକ ମାତ୍ରାରେ ପାଣି ପିଇବେ।

-ପରିଷ୍କାର ପରିଚ୍ଛନ୍ନ ରହିବ।

-ରାସେସ୍ ହେଇଥିବା ଜାଗାକୁ ନଖ ମାରିବେ ନାହିଁ।

– ଲୁଗାପଟାକୁ ସବୁ ଦିନ ସର୍ଫରେ ସଫା କରନ୍ତୁ।

ଉପଚାର

-ଘିକୁଆଁରି ଚାରି ଚାମଚରେ କଞ୍ଚା ହଳଦି ରସ ଗୋଟେ ଚାମଚ ମିସେଇ ସକାଳୁ ଖାଲିପେଟରେ ପିଅନ୍ତୁା

-ଅଧିକ ବଡ଼ ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Leave A Reply

Your email address will not be published.