କାଶ୍ମୀର ପଣ୍ଡିତଙ୍କୁ କାହିଁକି ଏମିତି ଉପ ରାଜ୍ୟପାଳ

0

ଜମ୍ମୁ: ଯେଉଁମାନେ ଘରେ ବସୁଛନ୍ତି, ସେମାନଙ୍କୁ ଦରମା ମିଳିବ ନାହିଁ ବୋଲି ଉତ୍ତମ ନିରାପତ୍ତା ଓ କଶ୍ମୀର ବାହାରକୁ ସ୍ଥାନାନ୍ତରଣ ଦାବି‌ କରି ପ୍ରତିବାଦ ଚଳାଇଥିବା ଶହ ଶହ କଶ୍ମୀରୀ ପଣ୍ଡିତଙ୍କୁ କଡ଼ା ଚେତାବନୀ ଦେଇ ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମ‌ନୋଜ ସିହ୍ନା କହିଛନ୍ତି।

ସିହ୍ନା ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ସମେତ ଉପତ୍ୟକାର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଚଳିତ ବର୍ଷ ମେ ମାସରେ ରାହୁଲ୍‌ ଭଟ୍ଟ ଓ ରଜନୀ ଭଲ୍ଲା ନାମରେ ଦୁଇଜଣ ସହକର୍ମୀଙ୍କୁ ହତ୍ୟା କରାଯିବା ପରେ ପ୍ରତିବାଦ ଚଳାଇଥିବା ପ୍ରବାସୀ କଶ୍ମୀରୀ ପଣ୍ଡିତ କର୍ମଚାରୀ ଓ ଜମ୍ମୁସ୍ଥିତ ସଂରକ୍ଷଣ ବର୍ଗର କର୍ମଚାରୀମାନେ ଏପର୍ଯ୍ୟନ୍ତ ପ୍ରତିବାଦରୁ ଓହରି ନାହାନ୍ତି।

Leave A Reply

Your email address will not be published.