କାହିଁକି ପାଳନ କରାଯାଏ ରାମ ନବମୀ? ଜାଣନ୍ତୁ ପୌରାଣିକ କଥା

0

ଆଜି ପାଳନ ହେଉଛି ରାମ ନବମୀ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଦିନ ନବମୀ ତିଥିର ଆଗମନ ପୁଷ୍ପ ନକ୍ଷତ୍ରରେ ହୋଇଥାଏ। ଏହି କାରଣରୁ ଚଳିତ ବର୍ଷ ରାମ ନବମୀରେ ଶୁଭ ଯୋଗ ରହିଛି। ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ ପୁଣ୍ୟଦାୟୀ ହୋଇଥାଏ। ରାମ ନବମୀ ଦିନ ଅନେକ ଲୋକମାନେ ମଧ୍ୟ ଉପବାସ କରିଥାନ୍ତି।

ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା। ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ବା ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ। ଭଗବାନ ରାମଙ୍କ କଥା କେବଳ ପ୍ରାଚୀନ ହିନ୍ଦୁ ମହାକାବ୍ୟରେ ଉଲ୍ଲେଖ କରାଯାଇ ନାହିଁ ବରଂ ଏହା ଜୈନ ଏବଂ ବୈଦ୍ଧ ଧର୍ମର ଗ୍ରନ୍ଥରେ ମଧ୍ୟ ଭଗବାନ ରାମଙ୍କ ଉଲ୍ଲେଖ କରାଯାଇଛି। ପ୍ରାଚୀନ ହିନ୍ଦୁ ମହାକାବ୍ୟ ରାମାୟଣରେ ଏକ କେନ୍ଦ୍ରୀୟ ବ୍ୟକ୍ତି ହେଉଛନ୍ତି ଭଗବାନ ଶ୍ରୀରାମ। ଭଗବାନଙ୍କ ମହତ୍ବ କେବଳ ଭାରତରେ ନୁହେଁ ବରଂ ପୁରା ଦକ୍ଷିଣ ପୂର୍ବ ଏସିଆରେ ସଂସ୍କୃତିରେ ମଧ୍ୟ ଉଲ୍ଲେଖ ରହିଛି।

ରାମ ନବମୀ ଦିନ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ। ଅନେକ ସ୍ଥାନରେ ଏହି ଦିନ ଭଗବାନ ରାମଙ୍କ ପାଲିଙ୍କି ଯାତ୍ରା ମଧ୍ୟ ବାହାରି ଥାଏ। ଲୋକମାନେ ଏହି ଦିନ ଉପବାସ କରିବା ସହ ସୂର‌୍ୟ୍ୟାସ୍ତ ପରେ ପାରଣ କରି ଉପବାସ ସମାପ୍ତ କରିଥାନ୍ତି। ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ।

Leave A Reply

Your email address will not be published.