କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି
ନୂଆଦିଲ୍ଲୀ: ଶନିବାର ବାର୍ କାଉନ୍ସିଲ୍ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ । ଏଥିରେ ସେ କହିଛନ୍ତି ଯେ ଜାମିନ୍ ପ୍ରଦାନ କରିବା ଦିଗରେ ଅନିଛା କାରଣରୁ ଉଚ୍ଚନ୍ୟାୟପାଳିକାରେ ବେଲ୍ ଆବେଦନ ପତ୍ର ଭରିଗଲାଣି । ବିଚାରପତି ମାନେ ତୃଣମୁଳସ୍ତରରେ ବେଲ୍ ଦେବାକୁ ଅନିଛା ପ୍ରକାଶ କରୁଛନ୍ତି । ଏହାର କାରଣ ଏପରି ନୁହେଁ କି, ସେମାନେ ଅପରାଧର ଗୁରୁତ୍ବ ବୁଝୁନାହାଁନ୍ତି । କିନ୍ତୁ ଜଘନ୍ୟ ମାମଲାରେ ଏଥିପାଇଁ ଜାମିନ ପ୍ରଦାନ ପାଇଁ ଅନିଛା ପ୍ରକାଶ କରୁଛନ୍ତି, କାଳେ ସେମାନଙ୍କୁ ଟାର୍ଗେଟ କରାଯିବାର ଭୟ ରହିଛି । ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ ।
ନଭେମ୍ବର ୯ରେ ସିଜେଆଇ (CJI) ଚନ୍ଦ୍ରଚୂଡ ଭାରତର ୫୦ ତମ ପ୍ରଧାନ ବିଚାରପତି ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ ରହିବ । ସେ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଉତ୍ତରାଧିକାରୀ ହୋଇଥିଲେ, ଯିଏ ନଭେମ୍ବର ୯ ରେ ତାଙ୍କ ପଦରୁ ଅବସର ନେଇଥିଲେ ।