କାହିଁକି ଇସ୍ତଫା ଦେଲେ ମଲ୍ଲିକା ଅର୍ଜୁନ
ନୂଆଦିଲ୍ଲୀ: ସାରା ଦେଶରେ ଗୋଟିଏ କଥା କିଏ ହେବ କଂଗ୍ରେସ ନେତା ।କର୍ମୀଙ୍କ ପାଖରୁ ଦଳର ବଡ ବଡ ନେତା ସମସ୍ତ ଚାହିଁ ବସିଛନ୍ତି କିନ୍ତୁ ଦଳର ନେତାଙ୍କର ଅନ୍ତ ନ୍ଦ୍ୱୋନ୍ଦ ଠିକ୍ ନିଷ୍ପତ୍ତି ନେଇ ପାରୁନାହାଁ । କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ପଦରୁ ଇସ୍ତଫା ଦେଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ।ଉଦୟପୁର ପ୍ରସ୍ତାବନା ‘ଏକ ନେତା ଏକ ପଦବୀ’ ଆଧାରରେ ଆଜି ଖଡ଼ଗେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।ଖଡ଼ଗେ ଇସ୍ତଫା ଦେବା ପରେ ଏହି ପଦବୀ ନିମନ୍ତେ ପି. ଚିଦମ୍ବରମ୍ ଓ ଦିଗ୍ବିଜୟ ସିଂହ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ମଲ୍ଲିାକର୍ଜୁନ ଖଡ଼ଗେ, ଶଶୀ ଥରୁର ଏବଂ କେ.ଏନ୍. ତ୍ରିପାଠୀ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିମନ୍ତେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ଦଳର ଅଧ୍ୟକ୍ଷ ପଦ ନିମନ୍ତେ ମଲ୍ଲିକାର୍ଜୁନ ଘଡ଼ଗେଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବେ ବୋଲି ଜି-୨୩ ନେତା ପୃଥ୍ବୀରାଜ ଚୱନ, ମନୀଷ ତେୱାରି ଏବଂ ଭୂପିନ୍ଦର ହୁଦା କହିଛନ୍ତି।