ନୂଆଦିଲ୍ଲୀ (ଆମ ଟିଭି): ନିକଟରେ ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟପଥ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ଏହି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ । ରାଜପଥ ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟ ପଥ କରିବା ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏହାସହ ରାଜଭବନ ଗୁଡିକର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟ ଭବନ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଟ୍ୱିଟ କରି କଂଗ୍ରେସ ସାଂସଦ କହିଛନ୍ତି ସରକାର ଏତିକିରେ ନ ରହିବା ଦରକାର ଏବଂ ରାଜସ୍ଥାନର ନାଁ ମଧ୍ୟ ପରିବର୍ତ୍ତନ କରି କର୍ତ୍ତବ୍ୟସ୍ଥାନ କରିବା ଦରକାର।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ୱର ୮ରେ କର୍ତ୍ତବ୍ୟ ପଥର ଉଦଘାଟନ କରିଥିଲେ । ଏହି ପଦକ୍ଷେପ ତତ୍କାଳୀନ ରାଜପଥ କ୍ଷମତାର ପ୍ରତୀକ ଏବଂ କର୍ତ୍ତବ୍ୟପଥ ସାର୍ବଜନୀନ ସ୍ୱାମୀତ୍ୱ ଏବଂ ସଶସ୍ତିକରଣର ଏକ ଉଦାହରଣର ପ୍ରତୀକ ବୋଲି ସେ କହିଥିଲେ । କର୍ତ୍ତବ୍ୟପଥ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଆମେ ଅତୀତକୁ ପଛରେ ଛାଡି ଆସନ୍ତାକାଲିର ଚିତ୍ରକୁ ନୂଆ ରଙ୍ଗରେ ଭରୁଛୁ।