ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଝୁଲିପଡ଼ିଲେ ସ୍ୱାମୀ

0

ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍‌ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।

ମୃତ ଯୁବକଙ୍କ ନାଁ ପୁନୀତ ଖୁରାନା। ସେ ଦିଲ୍ଲୀର ଅନ୍ୟତମ ଜଣାଶୁଣା କାଫେ ‘ଉଡ୍‌ବକ୍ସ’ର ଯୁଗ୍ମ ପ୍ରତିଷ୍ଠାତା ଥିଲେ। ପତ୍ନୀ ମାଣିକ ଜଗଦୀଶ ପହୱାଙ୍କ ସହିତ ମିଶି ସେ ଏହି କାଫେ ତିଆରି କରିଥିଲେ। ୨୦୧୬ରେ ସେମାନେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ସମ୍ବନ୍ଧ ଆଉ ଭଲ ନଥିଲା। କୋର୍ଟରେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଆତ୍ମହତ୍ୟା କରିଛନ୍ତି ପୁନୀତ ଖୁରାନା। ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଜଣାପଡ଼ିଛି।

ପୁନୀତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନୀତ ଖୁରାନା। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ୧୬ ମିନିଟ୍‌ରେ ଏହି ବାର୍ତ୍ତାଳପରେ ପୁନୀତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଝଗଡ଼ା ହୋଇଛି। ଏମିତିକି ପୁନୀତଙ୍କୁ ତାଙ୍କ ପତ୍ନୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌କୁ ନେଇ ସେମାନଙ୍କ ବାର୍ତ୍ତାଳପ ଆରମ୍ଭ ହୋଇଥିଲା। ମାଣିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଛନ୍ତି ବୋଲି ପୁନୀତ ଅଭିଯୋଗ କରିଛନ୍ତି। ମାଣିକ ଏହାକୁ ଖଣ୍ଡନ କରିଛନ୍ତି। ଏହା ପରେ ମାଣିକ ତାଙ୍କୁ କହିଛନ୍ତି ଯେ ପୁଣି ସେହି ଆତ୍ମହତ୍ୟା ଓ ଘରଛାଡ଼ି ଚାଲିଯିବା ଧମକ ଦିଅ। ତୁମେ କ’ଣ ଚାହଁ ବୋଲି ମାଣିକଙ୍କୁ ପଚାରିଛନ୍ତି ପୁନୀତ। ଏହାର ଜବାବରେ ମାଣିକ ଧମକ ଦେଇ କହିଛନ୍ତି ଯେ କାଲି ସକାଳେ ତାଙ୍କ ସମ୍ମୁଖକୁ ଆସିଲେ ସେ କହିବେ। କିନ୍ତୁ ପୁନୀତ ତାଙ୍କୁ ଭେଟିବାକୁ ମନା କରି ଦେଇଛନ୍ତି। ଏହା ପରେ ମାଣିକ କହିଛନ୍ତି, ତା’ହେଲେ କ’ଣ ପାଇଁ ପଚାରୁଥିଲ ଯେ କ’ଣ ଦରକାର ବୋଲି। ସେ ପୁନୀତଙ୍କୁ ଆହୁରି କହିଥିଲେ ଯେ ସାମ୍ନାକୁ ଆସିବାକୁ ସାହାସ ନାହିଁ ତ ରାତି ୩ଟାରେ ଫୋନ କରି ଫାଲତୁ କଥାବାର୍ତ୍ତା କାହିଁକି କରୁଛ।

Leave A Reply

Your email address will not be published.