ଜେଲ୍ ରୁ ବାହାରିବେ କି କେଜ୍ରିୱାଲ? ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ଵସ୍ତି ମିଳିବ କି ନାହିଁ ତାହା ଉପରେ ନଜର ରହିଛି । କାରଣ ଆଜି ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାଁଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବ। ଅଗଷ୍ଟ ୧୪ ତାରିଖ ଦିନ ଶେଷ ଶୁଣାଣିରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ।

ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ନିୟମିତ ଜାମିନରେ ସିବିଆଇକୁ ନୋଟିସ ପଠାଇଥିଲେ। ମାମଲାରେ ସୁପ୍ରିମକୋର୍ଟ ସିବିଆଇର ଉତ୍ତର ଚାହିଁବା ସହ ଶୁଣାଣିକୁ ଆଜି କରିବାକୁ ନିଷ୍ପତ୍ତି ଶୁଣାଇଥିଲେ । ସିବିଆଇର ଗିରଫ ଓ ରିମାଣ୍ଡ ଆଦେଶକୁ ଦିଲ୍ଲୀ ସିଏମ୍ ଚ୍ୟାଲେଞ୍ଜ କରିଛନ୍ତି। ଏହାପୂର୍ବରୁ ଅଗଷ୍ଟ ୫ ରେ ଅରବିନ୍ଦ କେଜ୍ରିୱାଲଙ୍କ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାମିନ ଆବେଦନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.