୨୦୨୪ ନିର୍ବାଚନ ଲଢ଼ିବେ କି ମାଧୁରୀ ଦୀକ୍ଷିତ ?
ମୁମ୍ବାଇ(ଆମ ଟିଭି): ନିର୍ବାଚନ ଆସିଲେ ସବୁବେଳେ ଚର୍ଚ୍ଚାକୁ ଆସନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଛି । ନିର୍ବାଚନ ଲଢ଼ିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷିତ। ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି । ଅନେକ ବଡ଼ ବଡ଼ ଦଳ ପକ୍ଷରୁ ଅଫର ଦିଆଯାଇଥିଲେ ସୁଦ୍ଧା ମୁଁ କେବେ ରାଜି ହୋଇନାହିଁ ।
ସେପଟେ ମାଧୁରୀଙ୍କ ସ୍ବାମୀଙ୍କୁ ମଧ୍ୟ ସମାନ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଆମର ରାଜନୀତିରେ ପସିବାର ନାହିଁ । ତେବେ ସେ ଯାହାବି ହେଉ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତାମାନେ ରାଜନୀତି ମଇଦାନରେ ପାଦ ଦେଇ ସଫଳ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ଅଭିନେତା ରାଜନେତା ପାଲଟିଛନ୍ତି । ଏଣୁ ନିର୍ବାଚନ ସମୟ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ ।