ନୂଆପଡା ଉପନିର୍ବାଚନରେ ମନମୋହନ ସାମଲ ହେବେ କି ପ୍ରାର୍ଥୀ ? ଚାଲିଛି ଜୋରଦାର ଚର୍ଚ୍ଚା

0

ଭୁବନେଶ୍ୱର (ଆମ ଟିଭି): ନୂଆପଡା ଉପନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ବରିଷ୍ଠ କଂଗ୍ରେସ ନେତା ଘାସିରାମ ମାଝୀ ହେବେ ପ୍ରାର୍ଥୀ। ସେହିପରି ବିଜେଡି ମଧ୍ୟ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହେବେ। କେବଳ ଘୋଷଣା ବାକି ଅଛି।

ତେବେ ଏହା ଭିତରେ ବିଜେପିର କିଏ ହେବ ପ୍ରାର୍ଥୀ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି। କାରଣ ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଏହି ଉପନିର୍ବାଚନ ହେଉଛି ପ୍ରଥମ। ସେଥିପାଇଁ ରାଜ୍ୟ ସରକାରୀ ଦଳ ପାଇଁ ଏହା ବେଶ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ବେଶ ଅଙ୍କକଷା ଚାଲିଛି।

ତେବେ ବିଜେପିରୁ ପ୍ରାର୍ଥୀ ହେବା ପାଇଁ ଯାହାଙ୍କ ନାମ ଜୋରଦାର ଚର୍ଚ୍ଚା ଚାଲିଛି ସେ ହେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଉପନିର୍ବାଚନରେ ସେ କୁଆଡେ ପ୍ରାର୍ଥୀ ହେବେ ବୋଲି ଦିଲ୍ଲୀ ସ୍ତରରେ ଆଲୋଚନା ଚାଲିଛି। ବର୍ତ୍ତମାନ ମନମୋହନ କେବଳ ରାଜ୍ୟ ସଭାପତି ବ୍ୟତିତ ସରକାରୀ ସ୍ତରରେ ତାଙ୍କର କୌଣସି କ୍ଷମତା ନାହିଁ। ଅନ୍ୟପକ୍ଷରେ ନୁଆପଡାରୁ ଜୟ ଏବଂ ଘାସିରାମଙ୍କୁ ଟକ୍କର ଦେବାପରି ପ୍ରାର୍ଥୀ ଦେଖାଯାଉ ନାହାଁନ୍ତି। ଫଳରେ ମନମୋହନଙ୍କ ନାମ ଆଗରେ ଅଛି ବୋଲି ଜଣାପଡିଛି।

Leave A Reply

Your email address will not be published.