ଗଡସେ ଫିଲ୍ମକୁ ମୋଦୀ ସରକାର ବ୍ୟାନ୍ କରିବେ କି?: ଓୱେସୀ

0

ନୂଆଦିଲ୍ଲୀ (ଆମ ଟିଭି): ବିବିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ବିରୋଧରେ ବର୍ତ୍ତମାନ ନାନା ଝଡ଼ ସୃଷ୍ଟି ହୋଇଛି । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଖଳନାୟମ ଭୂକିକାରେ ଚିତ୍ରିତ କରାଯାଇଛି । ଏ ସମ୍ପର୍କରେ ଏଆଇଏମଆଏମ ନେତା ଅସାଦୁଦ୍ଦିନ ଓୱେସୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗକୁ ଆସୁଥିବା ଗଡ଼ସେ ମୁଭିକୁ ମୋଦି ସରକାର ନିଷିଦ୍ଧ କରିବେକି ?

ମହାତ୍ମା ଗାନ୍ଧିଙ୍କୁ ଗଡ଼ସେ ହତ୍ୟା କରିଥିଲେ। ବିବିସି ପ୍ରକାଶିତ ଇଣ୍ଟରଭ୍ୟକୁ ବ୍ରଟିସ୍ ଲ’ ମାଧ୍ୟମରେ ଉଭୟ ୟୁଟ୍ୟୁବ ଏବଂ ଟ୍ୱିଟରରେ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଓୱେସୀ କହିଛନ୍ତି ଯେ, ଆମେ ପଚାରିବାକୁ ଚାହୁଁ କେହି ଜଣେ ମହାକାଶ କିମ୍ବା ଅକାଶରୁ ଥାଇ ନୀରିହ ଜନତାଙ୍କୁ ହତ୍ୟା କରିଥିଲେ କି? ବିବିସି ଦ୍ୱାରା ପ୍ରସ୍ତୁତ କାର୍ୟ୍ୟକ୍ରମକୁ ବ୍ୟାନ କରିବା ପରେ ଓୱେସୀ ପଚାରିଛନ୍ତି ଯେ, ଗଡସେଙ୍କ ଉପରେ ଅଧାରିତ ଫିଲ୍ମ ଉପରେ ବିଜେପି ନେଙ୍କ ମତ କଣ ? ଏବେ ଗଡ଼ସେଙ୍କ ପରେ ଫିଲ୍ମ ତିଆରି ହେଉଛି। ସେ କହିଛନ୍ତି ଯେ, ଦିଲ୍ଲୀରେ ଜି-ଟ୍ୱେଣ୍ଟିକୁ ନେଇ ଏକ ପୋଷ୍ଟର ମରାଯାଇଛି। ସେଥିରେ ଜି-ଟ୍ୱେଣ୍ଟିକୁ ଗଣତନ୍ତ୍ରର ମା ବୋଲି ଦର୍ଶାଯାଇଛି।

 

Leave A Reply

Your email address will not be published.