ବିଜେଡି ଛାଡିବେ କି ସାଂସଦ ମୁନ୍ନା ଖାନ୍? ଦଳର ବିଭିନ୍ନ ନିଷ୍ପତି ନେଇ ହୋଇଛନ୍ତି ଅସନ୍ତୁଷ୍ଠ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ୍ ଦଳୀୟ ନିଷ୍ପତି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦଳ ଭିତରେ ଯେପରି କାର୍ଯ୍ୟ ଚାଲିଛି ତାହାକୁ ନେଇ ସେ ସନ୍ତୁଷ୍ଠ ନାହାଁନ୍ତି। ଗତକାଲି ସେ ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେ କୁଆଡେ ସଂଖ୍ୟା ଲଘୁ ସେଲ ପାଇଁ ଦିଆଯାଇଥିବା ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ନିକଟରେ ବିଜେଡି ତାଙ୍କୁ ବିଜେଡି ସଂଖ୍ୟାଲଘୁ ସେଲର ଯେଉଁ ପଦବୀ ଦେଇଛନ୍ତି ତାହାକୁ ନେଇ ସେ କୁଆଡେ ଅସନ୍ତୁଷ୍ଠ। କାରଣ ପୂର୍ବରୁ ସେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ତଥା ଆବାହକ ରହିଥିଲେ। ହେଲେ ଏଥର ତାଙ୍କ ପଦବୀ ଖସାଇ ଦେଇ ଦକ୍ଷିଣ ଜୋନର ଆବାହକ କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀପ ତିର୍କିଙ୍କୁ ସେଲର ଆବାହକ କରାଯାଇଛି। ସେଥିପାଇଁ ମୁନ୍ନା ଖାନଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ସେହିପରି ନିକଟରେ ୱାକଫ ବିଲ ସମର୍ଥନ ନେଇ ଦଳ ଭିତରେ ଏକ ବିଭେଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଖୋଦ ମୁନ୍ନା ଖାନ ଅସନ୍ତୁଷ୍ଠ ହୋଇପଡିଥିଲେ। ତାଙ୍କର ସମର୍ଥକମାନେ ନବୀନ ନିବାସ ଯାଇ ପାଣ୍ଡିଆନ ହଟାଅ ବୋଲି ନାରା ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ଏହି ସବୁ କାରଣ ନେଇ କୁଆଡେ ମୁନ୍ନା ଖାନ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ସେ ଖୁବ ଶିଘ୍ର ଏକ ବଡ ନିଷ୍ପତି ନେବେ ବୋଲି କୁହାଯାଉଛି।

Leave A Reply

Your email address will not be published.